Odisha Link
Bridging the Missing Links in Odisha

ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମାହୋଲ ଏବେ ସରଗରମ। ସବୁ ଦଳ ଉପନିର୍ବାଚନ ପ୍ରଚାର ନିମନ୍ତେ ଜୋରଦାର୍ ଲାଗିଛନ୍ତି। ନିକଟରେ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ରାଲି କରିଥିବା ବେଳେ ଉପନିର୍ବାଚନ ପ୍ରଚାର ନିମନ୍ତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ମାତ୍ର ଚଳିତ ବର୍ଷ କରୋନା ମହାକାରୀ ପାଇଁ ଉପନିର୍ବାଚନରେ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆସନ୍ତା ଅକ୍ଟୋବର ୨୯ରେ ବାଲେଶ୍ୱର ସଦର ପାଇଁ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର କରିବେ। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ନିମନ୍ତେ ପ୍ରଚାର କରିବେ ନବୀନ। ସେହିପରି ତିର୍ତ୍ତୋଲ ପାଇଁ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଆସନ୍ତା କାଲି ଡିଜିଟାଲ କ୍ୟାମ୍ପେନ କରିବେ ନବୀନ ପଟ୍ଟନାୟକ।

Comments are closed.