Odisha Link
Bridging the Missing Links in Odisha

ଉପନିର୍ବାଚନ: ବିଜେଡ଼ି ନାଁରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱରରେ ବିଜେଡ଼ି ପକ୍ଷରୁ ଆଚରଣ ବିଧି ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ବିଜେପି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛି। ପ୍ରଦୀପ୍ତ ନାୟକ ଓ ଲେଖାଶ୍ରୀ ସାମନ୍ତସିଂହାର ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ବାଲେଶ୍ୱରର ବିଭନ୍ନ ସ୍ଥାନରେ ନୂଆ ବିଦୁ୍ୟତ ଖୁଣ୍ଟ ପୋତା ଯାଉଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।

ତେବେ ବିଜେପିର ଏଭଳି ଅଭିଯୋଗକୁ ମନ୍ତ୍ରୀ ପ୍ରତାପ ଜେନା ଅସ୍ୱୀକାର କରିଛନ୍ତି। ନିର୍ବାଚନମଣ୍ଡଳୀରେ କୌଣସି ନୂଆ କାମ ହେଉନାହିଁ। ଯେଉଁ କାମ ଚାଲିଛି ତାହା ସବୁ ପୁରୁଣା କାମ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Comments are closed.