Odisha Link
Bridging the Missing Links in Odisha

ମଦ ହେଲା କାଳ,ବିଷାକ୍ତ ମଦ ପିଇ ୩ ଯୁବକ ମୃତ୍ୟୁ

ବନ୍ତଳା : ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଛନ୍ତି ତିନି ଜଣ ଯୁବକ। ଏହି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ଘଟିଛି।

ଗତ ରବିବାର ରାତିରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ହୋଇଛି।

ମୃତକମାନେ ହେଲେ କାଇରା ପଧାନ, ଟୁକୁନା ପଧାନ ଓ ଶଶିଭୂଷଣ ଦେହୁରୀ । ଘଟଣା ବିଷୟରେ ଅଧିକ ସୂଚନା ମିଳି ପାରି ନାହିଁ। ।

Comments are closed.