Odisha Link
Bridging the Missing Links in Odisha

ଡଙ୍ଗା ବୁଡି ୩ ଯୁବକ ନିଖୋଜ

ଲମତାପୁଟ : ଡଙ୍ଗା ବୁଡି ୩ ଯୁବକ ନିଖୋଜ ।ଏହି ଦୁଃଖଦୀୟ ଘଟଣାଟି କୋରାପୁଟ ଜିଲ୍ଲା ଜଲାପୁଟ ଜଳ ଭଣ୍ଡାରରେ ଘଟିଛି। ପାଡୁଆ ଗ୍ରାମର ୫ ଯୁବକ ଏକ ମାଛ ଧାରା ଡଙ୍ଗା ନେଇ ଜଲାପୁଟ ଜଳ ଭଣ୍ଡାର ଦେଇ ରାମତା ଗ୍ରାମକୁ ଯାଉଥିଲେ।

ସେହି ସମୟରେ ଜଳ ଭଣ୍ଡାର ମଝିରେ ଡାଙ୍ଗଟି ବୁଡି ଯାଇଥିଲା । ମୋନଜ ହନ୍ତାଳ ଏବଂ ଅଭୟ ହନ୍ତାଳ ଦୁଇ ଜଣ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ତିନି ଜଣ ସାଙ୍ଗ ବୁଡି ନିଖୋଜ ହୋଇଯାଇଥିଲେ ।

ନିଖୋଜ ତିନି ଜଣ ପ୍ରଶାନ୍ତ ଖରା, ମୋନୋଜ ହନ୍ତାଳ ଏବଂ ଚିତ ଖିଲ ।ଏହି ଘଟଣା ରବିବାର ଠାରୁ ଘଟିଥିଲା କିନ୍ତୁ ସେମାନେ ଏହି ବିଷୟରେ କାହାରିକୁ କହିନଥିଲେ । ୩ ଯୁବକ ଘରକୁ ଫେରି ନଥିବାରୁ ପରିବାରବର୍ଗ ସୋମବାର ଦିନ ଖୋଜା ଖୋଜି କରିଥିଲେ ।

ପରିବାରଲୋକ ଯୁବକମାନଙ୍କ ସାଙ୍ଗମାନଙ୍କୁ ପଚରା ଉଚରା କରିବା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ପାଡୁଆ ପୋଲିସକୁ ଖବର ଦେବା ପରେ ସୋମବାର ରାତି ୮ଟାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ଓଡ୍ରାଫ ଟିମ୍ ଆସି ଜଳ ଭଣ୍ଡାରରେ ନିଖୋଜ ଥିବା ଯୁବକଙ୍କୁ ଖୋଜିବ ବୋଲି ସୂଚନା ମିଳିଛି ।

Comments are closed.