Odisha Link
Bridging the Missing Links in Odisha

ବିହାରେ ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ

ବିହାର: ଆଜି ବିହାର ବିଧାନସଭା ଲାଗି ମତଦାନ ଆରମ୍ଭ ହୋଇଛି। ବିହାର ବିଧାନସଭାର ମୋଟ୍ ୨୪୩ ଆସନରୁ ପ୍ରଥମ ପର୍ଯ୍ୟାୟରେ ୭୧ ଟି ଆସନରେ ମତଦାନ ଚାଲିଛଇ। କୋଭିଡ କଟକଣା ଭିତରେ ୧୬ ଟି ଜିଲ୍ଲାରେ ହେଉଥିବା ଏହି ମତଦାନରେ ୧ ହଜାର ୬୬ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ପ୍ରାୟ ୨ କୋଟି ୧୪ ଲକ୍ଷ ଭୋଟର ସେମାନଙ୍କ ମତ ଅଧିକାର ସାବ୍ୟସ୍ତ କରିବେ।

୧ ହଜାର ୬୬ ପ୍ରତି ଯୋଗୀଙ୍କ ମଧ୍ୟରୁ ୫୪ ଆସନରେ ଏନଡିଏ ପ୍ରାର୍ଥୀ ଏବଂ ମହାଗଠବନ୍ଧନ ପ୍ରାର୍ଥୀଙ୍କ ମଧ୍ୟରେ ସିଧା ଟକ୍କର ହେବ। ୧୭ ଆସନରେ ମୁକାବିଲା ତ୍ରିକୋଣୀୟ ହେବାର ସମ୍ଭାବନା ରହିଛି। କରୋନା ସଂକ୍ରମଣକୁ ଚେକ୍ ଦେଇ କିଭଳି ହେବ ମତଦାନ, ସେଥିପାଇଁ ବିଶେଷ ଗାଇଡଲାଇନ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍।

କରୋନା ସଂକ୍ରମଣର ସମ୍ଭାବନାକୁ ଏଡାଇ ଅବାଧ ଓ ନିରକ୍ଷେପ ନିର୍ବାଚନ କରିବାକୁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି ନିର୍ବାଚନ କମିଶନ୍। କରୋନା ସଂକ୍ରମଣକୁ ଏଡାଇବା ପାଇଁ ଗୋଟିଏ ପୋଲିଂ ବୁଥରେ ସର୍ବାଧିକ ୧ ହଜାରରୁ ୧୬ ଶହ ଭୋଟର ମତଦାନ କରିବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି। ମତଦାତାମାନେ ଭିନ୍ନ ଭିନ୍ନ ସମୟରେ ମତଦାନ କେନ୍ଦ୍ରକୁ ଆସିବେ।

ସେହିପରି ୮୦ ବର୍ଷରୁ ଉର୍ଦ୍ଧ୍ୱ ମତଦାତା ଘରେ ରହି ପୋଷ୍ଟାଲ ବାଲଟରେ ମତଦାନ କରିବେ। କୋଭିଡ ସଂକ୍ରମିତ ମତଦାତା ଶେଷରେ ମତଦାନ କେନ୍ଦ୍ରକୁ ଆସିବେ ବୋଲି ଗାଇଡଲାଇନ ଜାରି କରାଯାଇଛି।

Comments are closed.