ନକଲି ସୁନା କାରବାରରେ ୨ ଗିରଫ

ଚୌଦ୍ବାର: ଚୌଦ୍ବାର ପୁଲିସ ନକଲି ସୁନା କାରବାରରେ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ଜଣେ ବ୍ୟକ୍ତିଙ୍କୁ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ସୁନା ଇଟା କିଣିବା ପରେ ତାହାକୁ ଘରେ ପରୀକ୍ଷା କରିବାରୁ ତାହା ନକଲି ବୋଲି ଜଣା ପଡ଼ିଥିଲା।
ସୂଚନାଯୋଗ୍ୟ, ଚୌଦ୍ବାର ଗ୍ରାମ ନବଗ୍ରହ ସାହିର ସୁଜିତ୍ କୁମାର ମହାରଣାଙ୍କୁ ଗତ ୨୬ ତାରିଖ ଦିନ ସ୍ଥାନୀୟ ଗାନ୍ଧିଛକ ଠାରେ ଚୌଦ୍ବାର ଗ୍ରାମ ତଳବଜାର ସିତୁ ଓରଫ୍ ବିଜୟ ବେହେରା (୨୨) ଅସଲି ସୁନା ଦେବାକୁ କହି ପ୍ରଲୋଭିତ କରିଥିଲା।ପ୍ରଥମେ ଅସଲି ସୁନା ଦେଖାଇ ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ନକଲି ସୁନା କାରବାର କରାଯାଇଥିଲା ।
୯୦୦ ଗ୍ରାମର ସୁନା ଇଟା ୫ଲକ୍ଷ ଟଙ୍କା ବିନିମୟରେ ସୁଜିତ୍ କ୍ରୟ କରିବା ପରେ ଘରକୁ ଆସି ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଏହା ନକଲି ସୁନା ବୋଲି ଜଣାପଡ଼ିଥିଲା। ଠକାମିର ଶିକାର ହେବା ପରେ ସୁଜିତ୍ ଚୌଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏହି ସୁନା ରାକେଟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରିଛି ।