Odisha Link
Bridging the Missing Links in Odisha

କରୋନା: ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା କଟକଣା

ପୁରୀ: ଚଳିତ ବର୍ଷ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ପାଇଁ ଜାରି ହେଲା କଟକଣା । ଏ ନେଇ ହବିଷ୍ୟାଳୀ ପାଇଁ ପୁରୀ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି କରୋନା କଟକଣାକୁ ଦୃଷ୍ଟିରେ ରଖି ହବିଷ୍ୟାଳିଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରାଯାଇଛି ।

ଏହା ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୁଚନା ଦେଇଛନ୍ତି । କରୋନା ପାଇଁ ଏ ବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି । ପୁରୀ ନଆସି ନିଜ ନିଜ ଘରେ ରହି ବ୍ରତ କରିବାକୁ ଅନୁରୋଧ କରାଯାଇଛି ।

Comments are closed.