Odisha Link
Bridging the Missing Links in Odisha

ଡାକ୍ତରଖାନାରେ ଯୁବତୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ଡାକ୍ତରଖାନା ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ। ଏଭଳି ଏକ ଅଭାବନୀୟ ନୃଶଂସ ଘଟଣା ଘଟିଛି ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ସହ ଆଇସିୟୁରେ ଦୁଷ୍କର୍ମ ହୋଇଛି। ଯୁବତୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଅଧାଚେତା ଅବସ୍ଥାରେ ଭେଣ୍ଟିଲେଟରରେ ଥିବା ସମୟରେ ଯୁବତୀଙ୍କ ସହ ଏଭଳି ଘଟଣା ଘଟିଛି।

ପୋଲିସର କହିବା ଅନୁଯାୟୀ, ଗତ ମଙ୍ଗଳବାର ଯୁବତୀଙ୍କର ଚେତା ଫେରିବା ପରେ ଯୁବତୀ ଜଣକ ତାଙ୍କ ବାପାଙ୍କୁ ଘଟଣା ବାବଦରେ କାଗଜରେ ଲେଖି ଜଣାଇ ଥିଲେ। ଏହା ପରେ ପରିବାର ଲୋକ ପୋଲିସ ପାଖରେ ଏନେଇ ମାମଲା ରୁଜୁ କରିଥିଲେ। ପୋଲିସ୍ ଅନୁସାରେ ଯୁବତୀଙ୍କୁ ଅକ୍ଟୋବର ୨୧ରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଦୁଷ୍କର୍ମ ଘଟଣା ଅକ୍ଟୋବର ୨୧-୧୭ ମଧ୍ୟରେ ହୋଇଥିବା ଆଶା କରାଯାଉଛି। ପୋଲିସ ଆଇପିସି ଧାରା ୩୭୬ (୨) (ଇ) ଅଧୀନରେ ମାମଲା ରୁଜୁ କରାଯାଇଛି। ଯଦିଓ ଅଭିଯୁକ୍ତର ଚିହ୍ନଟ ସରିଛି ଏବେ ଯାଏଁ ତାଙ୍କୁ ଗିରଫ କରାଯାଇ ନାହିଁ। ଯୁବତୀ ଅଭିଯୁକ୍ତଙ୍କ ନାଁ ବିକାଶ ବୋଲି କହିଛି। ଏହାକୁ ଆଧାର କରି ସେ ଅଭିଯୁକ୍ତଙ୍କୁ ଧରାଯାଇଛି। ପୋଲିସ୍ ମାମଲାର ତଦନ୍ତ ପାଇଁ ସିସିଟିଭି ଫୁଟେଜ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ହସ୍ପିଟାଲରେ ଏବେ ବି ପୀଡ଼ିତାଙ୍କ ଚିକିତ୍ସା ଚାଲିଛି। ତାଙ୍କର ଶ୍ବାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇ ଥିଲା। ଏହି ଘଟଣା ପରେ ପୀଡ଼ିତାଙ୍କୁ ଆଇସିୟୁର ଏକ ପ୍ରାଇଭେଟ୍ ରୁମରେ ଅଲଗା ରଖାଯାଇଛି। ପୀଡ଼ିତା ଜଣଙ୍କ ଘର ମହେନ୍ଦ୍ରଗଡ଼ରେ।

Comments are closed.