Odisha Link
Bridging the Missing Links in Odisha

ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ଛାଡ଼ିଥିଲା ପାକିସ୍ତାନ: ପାକ୍ ସାଂସଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ଭାରତର ଆକ୍ରମଣ ଭୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଛଡାଯାଇଥିଲା ବୋଲି ପାକିସ୍ତାନ ସଂସଦରେ ପିଏମଏଲଏନ ସାଂସଦ ଆୟାଜ ସାଦିକ କହିଛନ୍ତି। ସାଦିକ କହିଛନ୍ତି ପାକିସ୍ତାନ ଅଭିନନ୍ଦନଙ୍କୁ ନ ଛାଡିଲେ, ପାକିସ୍ତାନ ଉପରେ କାଳେ ଭାରତର ଆକ୍ରମଣ କରିଦେବ ସେଥିପାଇଁ ଅଭିନନ୍ଦନଙ୍କୁ ଛଡାଯାଇଥିଲା।

ଏକ ଭିଡିଓକୁ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ଶ୍ରୀ ସମ୍ବିତ୍ ପାତ୍ର ଟ୍ବିଟ୍ କରି କଂଗ୍ରେସ କର୍ମୀମାନଙ୍କ ଉପରକୁ ବର୍ଷିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, କଂଗ୍ରେସର ରାଜକୁମାରଙ୍କୁ ଭାରତରେ କୌଣସି ଜିନିଷରେ ଭରସା ନାହିଁ।

ଏନେଇ ସମ୍ବିତ୍ ପାତ୍ର କହିଛନ୍ତି ଯେ, ରାହୁଲ୍ ଜୀ, ଆପଣ ସର୍ଜିକାଲ ଷ୍ଟ୍ରାଇକ୍‌ ଉପରେ ପ୍ରଶ୍ନ ଉଠାଉଥିଲେ। ଏବେ ଦେଖନ୍ତୁ, ମୋଦିଜୀଙ୍କୁ କିପରି ପାକିସ୍ତାନ ଡରୁଛି। ପାକିସ୍ତାନ ନାଶନାଲ ଆସେମ୍ଲିରେ ସର୍ଦ୍ଦାର ଆୟାଜ ସଦିକ ନିଜେ କହିଛନ୍ତି, କାଳେ ଭାରତ ଆଟାକ୍‌ କରିଦେବ, ତାହା ଭାବି କିପରି ପାକ୍‌ ଆର୍ମି ଚିଫଙ୍କର ଗୋଡ ଥରୁଥିଲା ଏବଂ ସେ ଝାଳନାଳ ହୋଇ ଯାଇଥିଲେ।’

ସୂଚାଯୋଗ୍ୟ ଯେ, ୨୦୧୯ରେ ପିଓକେରୁ ଅଭିନନ୍ଦନଙ୍କୁ ଗିରଫ କରିଥିଲା ପାକ ସେନା। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ସାଂସଦଙ୍କୁ ନେଇ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପାକ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଅଭିନନ୍ଦନଙ୍କୁ ନ ଛାଡିଦେବା ପ୍ରସ୍ତାବ ଦେଇଥିଲେ। ଆଉ କହିଥିଲେ ୱିଙ୍ଗ କମାଣ୍ଡରଙ୍କୁ ମୁକ୍ତ ନକଲେ ରାତି ସୁଦ୍ଧା ଭାରତ ଆକ୍ରମଣ କରିଦେବ। ଏହାଶୁଣି ପାକିସ୍ତାନ ସେନାଧ୍ୟକ୍ଷ କମର ବାଜୱା ମଧ୍ୟ ଭୟରେ ଥରି ଯାଇଥିଲେ ବୋଲି ସଂସଦରେ କହିଛନ୍ତି ସାଂସଦ ଆୟାଜ ସାଦିକ। ସବୁ ସମୟରେ ଇମ୍ରାନ ସରକାରଙ୍କ ନିଷ୍ପତ୍ତିକୁ ବିରୋଧୀ ଦଳ ସମର୍ଥନ ଦେଇ ଆସୁଛନ୍ତି, ହେଲେ ଏଣିକି ଏପରି ହେବ ନାହିଁ ବୋଲି ସାଦିକ ସଂସଦରେ କହିଛନ୍ତି।

Comments are closed.