ମହୁମାଛି କଲା ଘାଇଲା, ୬ ଆହତ

ଭୁବନେଶ୍ୱର: ମହୁମାଛି କଲା ଘାଇଲା। ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଛନ୍ତି ୬ ଜଣ ଛାତ୍ର। ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ। ଗୁମ୍ଫାରେ ପଶି ଭିଡିଓ ସୁଟିଂ କରିବା ସମୟରେ ମହୁମାଛି ପଲ ସେମାନଙ୍କୁ ଆକ୍ରମଣ କରିଥିଲେ।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କିଛି ଛାତ୍ର ବାଙ୍ଗିରିପୋଷି ଘାଟିକୁ ବୁଲିବାକୁ ଯାଇଥିଲେ। ଘାଟିରେ ଥିବା ଏକ ଗୁମ୍ଫା ଭିତରେ ପଶି ଛାତ୍ରମାନେ ଭିଡିଓ ସୁଟିଂ କରୁଥିବା ସମୟରେ ସେଠାରେ ଥିବା ମହୁମାଛି ପଲ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ୬ଜଣ ଛାତ୍ର ମହୁାମାଛିଙ୍କ ଆକ୍ରମଣର ଶିକାର ହୋଇଥିବା ବେଳେ ଆଉ କିଛି ଛାତ୍ର ସେଠାରୁ ଖସି ପଳାଇ ଯାଇଥିଲେ। ଏନେଇ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ବାଙ୍ଗିରିପୋଶି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Comments are closed.