Odisha Link
Bridging the Missing Links in Odisha

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଡିଜିପିିଙ୍କ ସମୀକ୍ଷା

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଡିଜିପିିଙ୍କ ସମୀକ୍ଷା। ଆଜି ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି। ସୁରକ୍ଷା ବ୍ୟବସ୍ଥା ନେଇ ସନ୍ତୁଷ୍ଟ ଥିବା ସହ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ହେବ ବୋଲି କହିଲେ ଡିଜିପି ଅଭୟ କହିଛନ୍ତି।

ସମୀକ୍ଷା ବୈଠକ ପରେ ଆଇନ ଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ବା ସୂଚନା ଦେଇ କହିଛନ୍ତି ଯେ, ତିର୍ତ୍ତୋଲ ଉପନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ପାଇଁ ୨୧ ପ୍ଲାଟନ ପୁଲିସ ଫୋର୍ସ ଓ ୩ କମ୍ପାନୀ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସ ପଞ୍ଚିଯାଇଛି। ୧୫୦ ଜଣ ଇନ୍ସପେକ୍ଟର ଏଏସ୍‌ଆଇ ର‍୍ୟାଙ୍କ୍‌ ଅଧିକାରୀ ମୃତୟନ ରହିବେ। ଏଥିସହ ୮ ଜଣ ଏସ୍‌ପି ଓ ଡିସ୍‌ପି ର‍୍ୟାଙ୍କ୍‌ ଅଧିକାରୀ ମଧ୍ୟ ମୃତୟନ ରହିବେ। ୭୫ ଜଣ ଓ୍ବାରେଣ୍ଟିଙ୍କୁ ଗିରଫ କରାଯାଇଥିବା ବେଳେ ୧୫ଶହ ଅସାମାଜିକଙ୍କୁ ଅଟକ ରଖାଯାଇଛି।

Comments are closed.