Odisha Link
Bridging the Missing Links in Odisha

ବିଗ୍ ବସ୍ ୧୪: କବିତା ଓ ଇଜାଜଙ୍କ ଝଗଡ଼ାରେ ନିଜ ପ୍ରତିକ୍ରିୟା ରଖିଲେ ମୁମୁନ୍ ଦତ୍ତ

ମୁମ୍ବାଇ: ଟେଲି ସିରିଜ ବିଗ୍ ବସ୍ ୧୪ ଖୁବ ଚର୍ଚ୍ଚାରେ ରହିଛି। ଗତ କାଲି ଏପିସୋଡରେ ପ୍ରତିଯୋଗି କବିତା ଓ ଇଜାଜ୍ ଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

କେବଳ ପ୍ରଶଂସକ ନୁହଁନ୍ତି ଅନେକ ସେଲିବ୍ରିଟି ମଧ୍ୟ ଏହି ମତାନ୍ତରରେ ପ୍ରତିକ୍ରିୟା ରଖିଛନ୍ତି। କବିତା ଏବଂ ଇଜାଜଙ୍କ ଉପରେ ମତାମତ ଦେବା ପାଇଁ ମୁମୁନ୍ ଦତ୍ତ ଆଗେଇ ଆସିଛନ୍ତି ।

ତାରକ ମେହେତା କା ଓଲଟା ଚଶମାରେ ବବିତାଙ୍କ ଭୂମିକାରେ ଅଭିନୟ କରୁଥିବା ମୁମୁନ୍ ଦତ୍ତ ନିଜ ଟ୍ୱିଟରେ ଅଭିନେତ୍ରୀ କବିତାଙ୍କୁ ‘ଅଭଦ୍ର’ ବୋଲି କହିଛନ୍ତି ଏବଂ ଇଜାଜଙ୍କୁ ସମ୍ମାନ ଜଣାଇଛନ୍ତି। ‘କବିତା କୌଶିକ ସମ୍ପୂର୍ଣ୍ଣ ଅଭଦ୍ର।

ସେ ଆହୁରି କହିଛନ୍ତି, ଯେତେବେଳ କବିତା ବିଗବସ ଘରେ କ୍ୟାପଟେନ ଥିଲେ ସେହି ସମୟରେ ଶାର୍ଦ୍ଦୁଲ, ପବିତ୍ରା, ରୁବିନାଙ୍କ ସହ କରିଥିବା ବ୍ୟବହାର କୁ ଭୁଲି ଯାଇଛନ୍ତି।

ସେ ବିଗ୍ ବସ୍ ୧୪ ରୁ ନିଜର ‘ପ୍ରିୟ ପ୍ରତିଯୋଗୀ’ ନାଁ ମଧ୍ୟ କହିଛନ୍ତି। ପବିତ୍ରା ଏବଂ ରୁବିନାଙ୍କୁ ତାଙ୍କର ସର୍ବାଧିକ ପସନ୍ଦ ବୋଲି ସେ କହିଛନ୍ତି। ମୁମୁନ୍ ସେୟାର କରିଛନ୍ତି, ‘ଆଜି ପର୍ଯ୍ୟନ୍ତ ମୋର ପ୍ରିୟ ପ୍ରତିଯୋଗୀ ପବିତ୍ରା ଏବଂ ରୁବିନା ରହିଛନ୍ତି। ଦୁହେଁ ନିଜ ନିଜ ଗ୍ୟାଙ୍ଗରେ ଶକ୍ତିଶାଳୀ, ସ୍ମାର୍ଟ ଏବଂ ମନୋରଜନ କରନ୍ତି ।

Comments are closed.