କଙ୍ଗନା ଓ ରଙ୍ଗୋଲିଙ୍କ ବିରୋଧରେ ମାମଲା ନିର୍ଦ୍ଦେଶ ଦେଲେ କୋର୍ଟ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ସୋସିଆଲ ମିଡିଆଠୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା କଙ୍ଗନାଙ୍କ ବିରୋଧରେ ମାମଲା ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ କୋର୍ଟ। କେବଳ କଙ୍ଗନା ନୁହେଁ ତାଙ୍କ ଭଉଣୀ ରଙ୍ଗୋଲୀ ଚାଣ୍ଡେଲଙ୍କ ବିରୋଧରେ ମଧ୍ୟ ମାମଲା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
କଙ୍ଗନା ଓ ରଙ୍ଗୋଲୀ ମୁସଲିମ ସମ୍ପ୍ରଦାୟ ବିପକ୍ଷରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କ ନାମରେ ମାମଲା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରେ ଦୁଇ ଭଉଣୀ ନିଜର ପବଲିସିଟି ବୃଦ୍ଧି କରିବା ପାଇଁ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାରୁ ଏଭଳି ନିର୍ଦ୍ଦେଶ କୋର୍ଟ ଦେଇଥିବା ସୂଚନା ରହିଛି।
ମୁମ୍ବାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଭଉଣୀଙ୍କ ନାମରେ ମାମଲା ଦାୟର କରାଯାଇଛି। ଏନେଇ କାଷ୍ଟିଙ୍ଗ ଡାଇରେକ୍ଟର ତଥା ଫିଟନେସ୍ ଟ୍ରେନର ମୁନାଓ୍ବର୍ଲି ସାୟଦ ଅଭିଯୋଗ କରିଥିଲେ।