Odisha Link
Bridging the Missing Links in Odisha

ଆସିଲାଣି ଶୀତ, କମିଲାଣି ୪ ସହରର ତାପମାତ୍ରା

ଭୁବନେଶ୍ୱର: ମୌସୁମୀ ବିଦାୟ ନେବା ପରେ ପାଦ ଥାପିଲାଣି ଶୀତ। ରାଜ୍ୟରେ ଦୁଇ ତିନି ଦିନ ହେବ ହାଲ୍‌କା ଶୀତ ହେଲାଣି। ଶୀତ ଆରମ୍ଭ ନ ହେଉଣୁ ରାଜ୍ୟରେ ୪ ସହରରେ ପାରଦ ତଳକୁ ଖସିଲାଣି। ୪ ସହରର ତାପମାତ୍ରା ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଲାଣି।

ସୋନପୁର ଜିଲ୍ଲାରେ ଅଧିକ ଶୀତ ହେବା ସହ ତାପମାତ୍ରା ୧୨.୮ ଡିଗ୍ରୀ ରହିଛି। ଅନୁଗୁଳ ଜିଲ୍ଲାରେ ତାପମାତ୍ରା ୧୩.୮ ଡିଗ୍ରୀ ରହିଛି ଏବଂ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୧୪ ଡିଗ୍ରୀ ରହିଛି। କୋରାପୁଟରେ ୧୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହି ରହିଥିବା ବେଳେ ଭୁବନେଶ୍ୱରରେ ୧୯.୮ ଓ କଟକରେ ୨୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.