Odisha Link
Bridging the Missing Links in Odisha

କରୋନା ମୁକାବିଲାରେ ସହାୟକ ହେବ ବିସିଜି ଟିକା !

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆସିଲା ଭଲ ଖବର। ବୟସ୍କ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରେ ବିସିଜି ଟିକା। ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ଜଣାପଡିଛି। ବିଶେଷଜ୍ଞଙ୍କ ମୁତାବକ, ବିସିଜି ଟିକା ଟିକା ବୟସ୍କଙ୍କ ଦେହରେ ଟି ସେଲ୍ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ବିସିଜି ଟିକାକୁ ନେଇ ଅଧିକ ଅଧ୍ୟୟନ ଜାରି ରହିଛି।

ଆଇସିଏମଆର ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୮୬ ଜଣ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କ ଉପରେ ଏହି ଟିକାର ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ୫୪ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୩୨ ଜଣଙ୍କୁ ଟିକା ନଦିଆଯାଇ ଅନୁଧ୍ୟାନରେ ରଖାଯାଇଥିଲା। ଟିକା ଦେବାର ଗୋଟିଏ ମାସ ପରେ ଗବେଷକମାନେ ସେମାନଙ୍କର ଅନୁଧ୍ୟାନ କରିଥିଲେ। ଏକ ମାସ ପରେ ଦେଖିବାକୁ ମିଳିଥିଲା ଯେ, ଟିକା ନେଇଥିବା ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି।

Comments are closed.