Odisha Link
Bridging the Missing Links in Odisha

ପୁଅ ପାଇଁ କ୍ଷମା ମାଗିଲେ କୁମାର ସାନୁ

ମୁମ୍ୱାଇ : ‘ବିଗ୍‌ବସ୍‌ ୧୪’ ଜାନ କୁମାର ସାନୁ ନିଜର ଧମାଲ ଦେଖାଉଛନ୍ତି । ସେ ହେଉଛନ୍ତି ବଲିଉଡ ସିଙ୍ଗର କୁମାର ସାନୁଙ୍କ ପୁଅ । ତେବେ ଜାନ ‘ବିଗ୍‌ବସ୍‌ ୧୪’ ମରାଠି ଭାଷାକୁ ନେଇ କିଛି ଖରାପ କମେଣ୍ଟ ଦେଇଥିଲେ । ପୁଅର ଏହି କମେଣ୍ଟ ପରେ କୁମାର ସାନୁ ଅଡୁଆରେ ପଡ଼ି ଯାଛନ୍ତି ।

ସୂଚନା ଅନୁସାରେ, ଜାନ କୁମାରଙ୍କର ଏହି ଟିପ୍ପଣୀ ପରେ ବିଗବସ୍‌ ତାଙ୍କୁ କନଫେସନ୍‌ ରୁମ୍‌କୁ ଡ଼ାକିଥିଲେ ଏବଂ କୌଣସି ଭାଷାକୁ ନେଇ ଏପରି କମେଣ୍ଟ ନକରିବା ପାଇଁ ତାଗିଦ୍‌ କରିଥିଲେ।

ତେବେ ମହାରାଷ୍ଟ୍ର ନବନିର୍ମାଣ ସେନା କଲର୍ସ ଚ୍ୟାନେଲକୁ ଶୋ’ ବନ୍ଦ କରିବା ପାଇଁ ଧମକ ଦେଇଛି। ପୁଅ ପାଇଁ ସର୍ବ ସମ୍ମୁଖରେ କ୍ଷମା ମାଗିଛନ୍ତି କୁମାର ସାନୁ।ସେ ଏହାକୁ ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ଫେସବୁକରେ ଶେଆର୍‌ କରିଛନ୍ତି।

ଭିଡିଓରେ ସେ କହିଛନ୍ତି, ‘ନମସ୍କାର ଉଦ୍ଧବ ଜୀ, ମୋତେ ଭଲ ଲାଗିଲା ଯେ କରୋନାରେ ଆକ୍ରାନ୍ତ ହୋଇଥିବା ସମୟରେ ବିଏସ୍‌ସି ମୋର ଭଲ ଯତ୍ନ ନେଇଥିଲା। ଏଥିପାଇଁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି, ବିଏମ୍‌ସି ପାଇଁ ମୁଁ କରୋନାରୁ ଆରୋଗ୍ୟ ହୋଇଛି।’

‘ମୁଁ ଶୁଣିଲି ଯେ ମୋ ପୁଅ ଜାନ ମରାଠୀ ଭାଷାକୁ ନେଇ ବିଗବସ୍‌ରେ ବହୁତ ଖରାପ କମେଣ୍ଟ ଦେଇଛି, ଯାହା ବହୁତ ଭୁଲ୍‌ କଥା। ୪୦ରୁ ୪୧ ବର୍ଷ ମଧ୍ୟରେ ଏପରି କଥା ମୁଁ କେବେ ଚିନ୍ତା ମଧ୍ୟ କରିନାହିଁ।

ଯେଉଁ ମୁମ୍ୱାଇ ସହର ଓ ମୁମ୍ୱା ଦେବୀଙ୍କ ଆଶୀର୍ବାଦରୁ ମୋତେ ପରିଚୟ ମିଳିଛି, ସେହି ମୁମ୍ୱା ଦେବୀ ଓ ମହାରାଷ୍ଟ୍ର ବିଷୟରେ ମୁଁ ଏପରି କଥା ଚିନ୍ତା କରିପାରିବି ନାହିଁ। ସବୁ ଭାଷାକୁ ମୁଁ ଆଦର କରେ ଏବଂ ଅନେକ ଭାଷାରେ ଗୀତ ମଧ୍ୟ ଗାଇଛି। ତେଣୁ ମୋ ପୁଅ ଭାଷାକୁ ନେଇ ଯାହା କହିଛି, ସେଥିପାଇଁ ମୁଁ କ୍ଷମା ମାଗୁଛି।’କୁମାର ସାନୁ ଭିଡିଓରେ ଆହୁରି ମଧ୍ୟ କହିଛନ୍ତି, ‘ମୋ ପୁଅଠାରୁ ୨୭ ବର୍ଷ ଧରି ଅଲଗା ରହୁଛି।

ମୋତେ ଜଣାନାହିଁ ଯେ ତା’ର ମା’ ତାକୁ କେଉଁ ସଂସ୍କାର ଓ ଶିକ୍ଷାଦିକ୍ଷା ଦେଇଛି। ଜଣେ ବାପା ହିସାବରେ ମୋ ପୁଅ ପାଇଁ ମୁଁ କ୍ଷମା ମାଗୁଛି। ବାଲା ସାହେବଙ୍କଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ମୁଁ ମୁମ୍ୱାଇ ସହିତ ଜଡ଼ିତ ଅଛି। ଏପରି କଥା ଶୁଣିବା ପରେ ମୁଁ ଆଉ ରହିପାରିଲି ନାହିଁ।

ପ୍ରତାପ ସରନାଇକଙ୍କ ସହିତ କଥା ହେବା ପରେ ସେ ମୋତେ କହିଲେ ଯେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ପୁଣିଥରେ ମୁଁ କ୍ଷମା ମାଗୁଛି। ଏହି ମହାରାଷ୍ଟ୍ରର ମାଟି ମୋତେ ସବୁକିଛି ଦେଇଛି। ସେ କୁଳାଙ୍ଗାର ମରାଠୀ ଭାଷାକୁ ନେଇ ଏପରି କହିବା ଠିକ୍‌ ହେଲାନାହିଁ।

https://www.facebook.com/saamanaonline/videos/1062054577559934/?v=1062054577559934

Comments are closed.