Odisha Link
Bridging the Missing Links in Odisha

ପୂର୍ବତନ ପ୍ରେମିକ କଥା ହେଲାନି ବୋଲି ଏସିଡ୍‌ ମାଡ଼ କଲେ ମହିଳା, ତାପରେ…

ନୂଆଦିଲ୍ଲୀ: ଅସାମାଜିକ ବ୍ୟକ୍ତି ତଥା ଦୁର୍ବୃତ୍ତ ମାନେ ଯୁବତୀ, ମହିଳାଙ୍କ ଉପରେ ଏସିଡ ମାଡ଼ କରିବା ଘଟଣା ପୂର୍ବରୁ ବହୁଥର ଶୁଣିଥିବେ। ହେଲେ ଜଣେ ପୁରୁଷ ଉପରେ ଜଣେ ମହିଳା ଏସିଡ ମାଡ଼ କରିଥିବା ଘଟଣା କେବେ ଶୁଣିଛନ୍ତି କି? ଏକଥା ଅବିଶ୍ବାସ ଲାଗିଲେ ବି ସତ। ଏଭଳି ଅଭାବନୀୟ ଘଟଣା ଘଟିଛି ତ୍ରିପୁରାର ଖୋଓ୍ବାଇ ଅଞ୍ଚଳରେ। ପୁରୁଣା ପ୍ରେମିକ ଉପରେ ଏସିଡ ମାଡ କଲେ ୨୭ ବର୍ଷୀୟ ମହିଳା।ଏସିଡ ମାଡ କରିଥିବା ମହିଳାଙ୍କୁ ବୁଧବାର ଦିନ ଗିରଫ କରିଛି ସ୍ଥାନୀୟ ପୁଲିସ୍‌।

ପୁଲିସ୍‌ ସୂଚନା ମୁତାବିକ, ବେଲେଚରା ଗ୍ରାମର ୨୭ ବର୍ଷୀୟ ମହିଳା ତାଙ୍କ ପୂର୍ବତନ ପ୍ରେମିକକୁ ଏସିଡ ମାଡ କରିଛନ୍ତି। ମହିଳାଙ୍କ ସହ ପୁରାତନ ପ୍ରେମିକ ଫୋନରେ କଥା ହେବାକୁ ମନା କରିବାରୁ ମହିଳା ଜଣଙ୍କ ଅକ୍ଟୋବର ୧୯ ତାରିଖରେ ଏସିଡ ମାଡ କରିଥିଲେ ବୋଲି ପୁଲିସ୍‌‌ ସୂଚନା ଦେଇଛି।

ଆହତ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଜିବି ପାଣ୍ଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଅପରପପକ୍ଷେ ଆହତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଉକ୍ତ ମହିଳାଙ୍କ ନାମରେ ଖୋଓ୍ବାଇ ଥାନାରେ ଏତଲା ଦିଆଯାଇଛି। ମହିଳା ଜଣଙ୍କୁ ଗିରଫ କରି ପୁଲିସ୍‌‌ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରଖିଛି।

Comments are closed.