Odisha Link
Bridging the Missing Links in Odisha

ନିଜ ନାମ ବଦଳାଇଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରିତ ସିଂହ ନିଜର ନୂଆ ଜୀବନ ଆରମ୍ଭ କରିଛନ୍ତି। ଚଳିତ ମାସ ୨୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।

ବିବାହ ପରେ ସବୁ ହିନ୍ଦୁ ଝିଅଙ୍କ ପରି ନେହା ମଧ୍ୟ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ନେହା ତାଙ୍କ ନାମ ନେହା କକ୍କର ପୂର୍ବରୁ ମିସେସ୍‌ ସିଂହ ଲେଖିଛନ୍ତି। ତେଣୁ ନେହା ଏବେ ମିସେସ୍‌ ସିଂହ ଭାବେ ଜଣାଯିବେ। ତେବେ ତାଙ୍କର ପୂର୍ବ ନାମ ନେହା ସେହିପରି ରହିଛି।

ସେପ୍ଟେମ୍ବର ୨୧ରେ ମୁମ୍ବାଇରେ ନେହା ଏବଂ ରୋହନପ୍ରୀତଙ୍କ ରୋକା ସମାରୋହ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ ହଲଦି ଏବଂ ମେହେନ୍ଦୀ ସମାରୋହ ଉତ୍ସବ ହେବା ସହ ଅକ୍ଟୋବର ୨୩ ରାତି ରେ ସଂଗୀତ ଆରମ୍ଭ ହୋଇଥିଲା।

ପରଦିନ ସେମାନେ ଏକ ଗୁରୁଦ୍ୱାରରେ ବିବାହ କରିଥିଲେ। ସନ୍ଧ୍ୟାରେ ସେମାନେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Comments are closed.