Odisha Link
Bridging the Missing Links in Odisha

ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନା ଜଳ୍ପନା ଲାଗିରହିଛି। ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ନେଇ ନିର୍ଦ୍ଧିଷ୍ଟ ଭାବେ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ପୂଜା ଛୁଟି ଯାଏ ସ୍କୁଲ କଲେଜ ବନ୍ଦ ରହିବ। ତେବେ କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି।

ଚଳିତ ମାସ କୋଭିଡ ଗାଇଡଲାଇନ ଆସିଲେ ସ୍କୁଲ ଖୋଲିବା ସ୍ପଷ୍ଟ ହେବ। ସ୍କୁଲ ଖୋଲିବା ନେଇ ସିଏମଓ ସଠିକ ସମୟରେ ସଠିକ ସୂଚନା ଦେବେ। ରାଜ୍ୟରେ କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଧିଷ୍ଟଭାବେ କୌଣସି ନିଷ୍ପତ୍ତି ହୋଇନାହିଁ। ତେବେ ବିଭାଗ ପ୍ରସ୍ତୁତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା କାର୍ଯ୍ୟକାରୀ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Comments are closed.