Odisha Link
Bridging the Missing Links in Odisha

ଏନ୍‍ଆରଆଇ ଦମ୍ପତି ଭୂମିକାରେ ନଜର ଆସିବେ ପ୍ରିୟଙ୍କା ଓ ରାଜକୁମାର

ମୁମ୍ବାଇ: ପୁଣି ରୂପେଲୀ ପରଦାରେ ନଜର ଆସିବେ ବଲିଉଡ଼ର ଦେଶୀଗାର୍ଲ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଅଭିନେତା ରାଜକୁମାର ରାଓଙ୍କ ସହ ଦି ହ୍ୱାଇଟ୍‍ ଟାଇଗର୍‍’ ଚଳଚ୍ଚିତ୍ରରେ ନଜର ଆସିବେ ପ୍ରିୟଙ୍କା । ଦି ହ୍ୱାଇଟ୍‍ ଟାଇଗର୍‍’ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍‍ ହୋଇସାରିଛି। ବୁଧବାର ରିଲିଜ୍‍ ହୋଇଥିବା ଏହି ଟ୍ରେଲରରେ ଦମ୍‌ଦାର୍ ଲୁକ୍‌ରେ ନଜର ଆସିଛନ୍ତି ପ୍ରିୟଙ୍କା ଓ ରାଜକୁମାର।

‘ଦି ହ୍ୱାଇଟ୍‍ ଟାଇଗର୍‍’ ଜରିଆରେ ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଫିଲ୍ମଟି ୨୦୦୮ରେ ଆସିଥିବା ଅରବିନ୍ଦ ଅଡିଗାଙ୍କ ନୋଭେଲ ‘ଦି ହ୍ୱାଇଟ ଟାଇଗର’ ଉପରେ ଆଧାରିତ। ଏଥିରେ ପ୍ରିୟଙ୍କା ଓ ରାଜକୁମାରଙ୍କୁ ଏନ୍ଆର୍ଆଇ ଦମ୍ପତି ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଆଦର୍ଶ ଗୌରବ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।ଆଦର୍ଶ ଗୌରବଙ୍କୁ ଏହି ଏନ୍ଆର୍ଆଇ ଦମ୍ପତିଙ୍କ ଚାକର ତଥା ଜଣେ ଡ୍ରାଇଭର ଭୂମିକାରେ ଦେଖିବାକୁ ମିଳିବ। ଯିଏକି ଏନ୍ଆର୍ଇ ମାଲିକଙ୍କ ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଇଛି। ପରେ ସେ କିଭଳି ନିଜ ଜୀବନରେ ପରିବର୍ତ୍ତନ ଆଣିଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି।

ଏହି ଟ୍ରେଲରକୁ ପ୍ରିୟଙ୍କା ଚୋପ୍ରା ନିଜ ଇନ୍‍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଚଳଚ୍ଚିତ୍ର ଡିସେମ୍ବର ମାସରେ କେତୋଟି ସିନେମା ହଲ୍‌ରେ ରିଲିଜ ହେବ ଏବଂ ୨୦୨୧ ଜାନୁଆରୀ ୨୨ରେ ନେଟ୍‍ଫ୍ଲିକ୍ସରେ ରିଲିଜ ହେବ ବୋଲି ପ୍ରିୟଙ୍କା ସୂଚନା ଦେଇଛନ୍ତି।

 

 

Comments are closed.