Odisha Link
Bridging the Missing Links in Odisha

ଓଡ଼ିଶାରେ କରୋନା ପୁନଃସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିବା ବେଳେ ପୁଣି ଏକ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ କରୋନା ଏବେ ପୁନଃସଂକ୍ରମଣ ହେଉଛି।ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଏହି ସୂଚନା ଦେଇଛନ୍ତି।

ଆଇଏଲଏସ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଶୀତରେ କରୋନା ସଂକ୍ରମଣ ବଢିବା ନେଇ ସମ୍ଭାବନା ରହିଛି। ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି। ଏନେଇ ସଜାଗ ନରହିଲେ କରୋନ ବଢିବ। ବର୍ତ୍ତମାନ ସଂକ୍ରମଣ କମିଛି। ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଥିଲା। କିନ୍ତୁ ଲୋକଙ୍କ ସହଯୋଗ ଯୋଗୁଁ କମିଛି। ତେବେ ଏବେ ଓଡ଼ିଶାରେ କରୋନା ପୁନଃ ସଂକ୍ରମଣ ହେଉଛି, କିନ୍ତୁ ବହୁତ କମ୍।

ଆଇଏଲଏସ ଟେଷ୍ଟିରେ କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩/୪ ଜଣଙ୍କର ପୁନଃ ସଂକ୍ରମଣ ହୋଇଥିବା ଜଣାଯାଇଛି। ପଜିଟିଭ ପରେ ପୁଣି କାହିଁକି ପୁନଃସଂକ୍ରମଣ ହେଉଛି ତାହାର ତର୍ଜମା କରାଯାଉଛି। ରାଜ୍ୟରେ କରୋନା ସେକେଣ୍ଡ ୱେଭ୍ ନେଇ ସମ୍ଭାବନା ରହିଛି। ଏନେଇ ଜନସାଧାରଣ ସଚେତନ ହେବା ଦରକାର ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

Comments are closed.