ସଡ଼କ ଦୁର୍ଘଟଣାରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ଆନନ୍ଦପୁର: ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଅଜା-ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାଟି ବରପଦା ଓଭରବ୍ରିଜ ସର୍ଭିସ୍ ରୋଡରେ ଘଟିଛି। ମୃତକ ହେଲେ କିର୍ତ୍ତନ ନାଥ ଏବଂ କେଶବ ନାଥ।
ସୂଚନା ଅନୁସାରେ, ଯିବା ସମୟରେ ଅଜା-ନାତିଙ୍କୁ ଟ୍ରକ ଧକ୍କା ଦେଇଥିଲା। ଟ୍ରକ ଚକା ତଳେ ଚାପି ହୋଇ ଅଜା-ନାତିଙ୍କ ମୃତ୍ୟୁ ହୋଇଥଇଲା ।
ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଟ୍ରକକୁ ଜବତ କରି ରାମଚନ୍ଦ୍ରପୁର ପୁଲିସ ତଦାରଖ କରୁଛି
Comments are closed.