Odisha Link
Bridging the Missing Links in Odisha

ଉପନିର୍ବାଚନ: ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ପ୍ରଚାର

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଆସନ୍ତାକାଲି ସରିବ ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ପ୍ରଚାର।

ସେଥିପାଇଁ ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୩ ପ୍ରମୁଖ ଦଳର ଉଦ୍ୟମ ଜାରି ରଖିଛନ୍ତି। ନିଜ ନିଜ ପ୍ରାର୍ଥୀଙ୍କ ସମର୍ଥନରେ ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ ଓ ଦଳୀୟ ନେତା। ବାଲେଶ୍ୱରରେ ବିଜେଡି ପକ୍ଷରୁ ଦଳିୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନେତା ଓ ଅଭିନେତା।

ଶହଶହ ବିଜେଡି କର୍ମୀଙ୍କ ସହ ରାଲି କରିଛନ୍ତି ବିଜେଡି ତୁଙ୍ଗ ନେତା। ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ସେପଟେ ଭୋଟ ହାତେଇବା ପାଇଁ ବିଜେପି ମଧ୍ୟ ରାଲି ଓ ଜନସଭାର ଆୟୋଜନ କରୁଛି।

Comments are closed.