Odisha Link
Bridging the Missing Links in Odisha

ରାସ୍ତା ଉପରେ ଜଳିଗଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲା ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନରଣପୁର ଠାରୁ ବ୍ରହ୍ମଣୀପାଳ ରାସ୍ତା ମଧ୍ୟରେ ଥିବା ଭାଇଭାଇ ଢାବା ନିକଟରେ ୧୨ ଚକିଆ ଟ୍ରକ୍ ଠିଆ ହୋଇଥିବା ଜଳିଯିବାର ସୁଚନା ମିଳିଛି। ରାସ୍ତାରେ ଛିଡା ହୋଇଥିବା ସମୟରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା।

ତେବେ ଟ୍ରକର ଡ୍ରାଇଭର ଏବଂ ହେଲପରଙ୍କ ଅନୁଯାୟୀ, ସେମାନେ ଆଇରନ୍ ଲୋଡିଂ ପାଇଁ ଯୋଡା ଅଭିମୁଖେ ଯାଉଥିଲେ। ଉଭୟ ଉକ୍ତ ଢାବା ନିକଟ ରାସ୍ତା କଡ଼ରେ ରଖି ଦୋକାନରେ ଚା’ ପିଉଥିଲେ । ସେହି ସମୟରେ ହଠାତ୍ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ନିକଟସ୍ଥ ହରିଚନ୍ଦନପୁର୍ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି।

Comments are closed.