Odisha Link
Bridging the Missing Links in Odisha

ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ

ଭୁବନେଶ୍ବର: ନବମରୁ ଦ୍ବାଦଶ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। ନିଷ୍ପତ୍ତି ବଦଳିବା ନେଇ ଏସଆରସିଙ୍କ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବ। ନଭେମ୍ବର ୧୫ ପରେ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ। ବିଭିନ୍ନ ଷ୍ଟେକହୋଲ୍ଟଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ। କିଛି ସମୟ ପୂର୍ବରୁ ନଭେମ୍ବର ୧୬ର ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ଖୋଲିବ କହିଥିଲେ। ଏନେଇ ନିଷ୍ପତ୍ତି ବଦଳାଇଲେ ଏସଆରସି।

ପ୍ରକାଶ ଯେ, ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ ରହିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ନଭେମ୍ବର ୧୫ ଯାଏଁ ବନ୍ଦ ରହିବ ସିନେମା ହଲ୍‌ ଓ ସୁଇମିଂ ପୁଲ୍‌। ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗ ଦେଇପାରିବେ। ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ। ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ବଡ଼ ଧରଣର ଧାର୍ମିକ କିମ୍ବା ରାଜନୈତିକ ସମାବେଶକୁ ବାରଣ କରାଯାଇଛି।

Comments are closed.