Odisha Link
Bridging the Missing Links in Odisha

ଅଯୋଧ୍ୟା: ୩୯ ମାସରେ ସରିବ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଏହାରି ମଧ୍ୟରେ ପିଏମ୍‌ ମୋଦୀଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିିର ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ୍‌ରେ ହୋଇଥିଲା। ଏହି ବୈଠକରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହୁଥିବା ଭବ୍ୟ ରାମ ମନ୍ଦିର ଏବଂ ଏହାର ଭବ୍ୟତାକୁ ନେଇ ପାଖାପାଖି ୩ଘଣ୍ଟା ଯାଏଁ ଆଲୋଚନା ଓ ବିଚାର ବିମର୍ଶ କରାଯାଇଥିଲା।

ଶ୍ରୀ ମିଶ୍ର ଏବେ ସୁଦ୍ଧା ହୋଇଥିବା କାର୍ଯ୍ୟର ପ୍ରଗତିର ସୂଚନା ନେଇଥିଲେ। ଏହା ସହିତ ଇଞ୍ଜିନିୟରିଂ ସଂସ୍ଥାନ ସମେତ ଟାଟା ଏବଂ ଏଲଏଣ୍ଡଟିର ବିଶେଷଜ୍ଞଙ୍କ ପ୍ରେଜେଣ୍ଟସନ ଦେଖି ଆଗାମୀ କାର୍ଯ୍ୟକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରିଥିଲେ। ମନ୍ଦିର ନିର୍ମାଣର ଛୋଟ ଛୋଟ ଦିଗ ଉପରେ ବୃହତ୍ ଚର୍ଚ୍ଚା ମଧ୍ୟ ହୋଇଥିଲା। ବୈଠକରେ ଏକଥା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା ଯେ କିପରି ମନ୍ଦିରର ନିର୍ମାଣ ୩୯ମାସରେ ପୂରା କରାଯାଇପାରିବ।

ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ଏଲଏଣ୍ଡଟି ସହିତ ଆଇଆଇଡି ଚେନ୍ନାଇର ବିଶେଷଜ୍ଞଙ୍କ ସହ ରାମ ମନ୍ଦିର ନିର୍ମାଣର ପ୍ରାଦ୍ୟୋଗିକ ଦୃଷ୍ଟିକୋଣ ଉପରେ ଚର୍ଚ୍ଚା କରିଥିଲେ।

ବୈଠକରେ ପ୍ରଥମ ଥର ଟାଟା କମ୍ପାନୀର ବିଶେଷଜ୍ଞ ଇଞ୍ଜିନିୟରମାନଙ୍କୁ ମଧ୍ୟ ଡକାଯାଇଥିଲା ଏବଂ ତାଙ୍କଠୁ ମଧ୍ୟ ରାମ ମନ୍ଦିର ନିର୍ମାଣ ବିଷୟରେ ରାୟ ନିଆଯାଇଥିଲା। ରାମ ମନ୍ଦିର ନିର୍ମାଣ କିପରି ୩୯ମାସରେ ପୂରା କରାଯିବ ଏହାକୁ ନେଇ ବିଚାର ବିମର୍ଶ କରାଯାଇଥିଲା।

Comments are closed.