Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୯୧୧ ସଂକ୍ରମିତ

ଭୁବନେଶ୍ଵର: ଦୀର୍ଘ ସାତ ମାସ ପରେ ଓଡ଼ିଶାରେ କରୋନା ସଂକ୍ରମଣ କମିବାରେ ଲାଗିଛି। ରାଜ୍ୟରେ ଦୈନିକ ସଂକ୍ରମଣ ତୂଳନାରେ ଆରୋଗ୍ୟସଂଖ୍ୟା ଅଧିକ ରହିଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୧୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୫, ୭୪୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଶନିବାର ଏହାର ସୂଚନା ଦେଇଛି।

ଖୋର୍ଦ୍ଧାର ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୫୩, ବଲାଙ୍ଗୀରରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡିରୁ ୭୮,ନୂଆପଡାରୁ ୭୬, ବାଲେଶ୍ଵରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡରୁ ୬୩, କେନ୍ଦ୍ରାପଡାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଠିକ୍‌ ସେହି ପରି ଢେଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡାରୁ ୧୬, ଦେବଗଡରୁ ୯, ଗଜପତିରୁ ୮ ଓ ବୌଦ୍ଧରୁ ୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪୭୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୯୦,୧୧୬ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୨ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦ରେ ଛୁଇଁଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୨, ୭୫, ୭୪୯କୁ ବୃଦ୍ଧି ଘଟିଛି।

Comments are closed.