Odisha Link
Bridging the Missing Links in Odisha

ଆସନ୍ତାକାଲି ଉନ୍ମୋଚନ ହେବ “ମୋ ଧାମ ମୋ ଗର୍ବ” ର ଲୋଗୋ

ପୁରୀ: ପୁରୀକୁ ସ୍ୱଚ୍ଛ ଧାମ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ସ୍ୱଚ୍ଛତା ଅଭିଯାନ। “ମୋ ଧାମ ମୋ ଗର୍ବ” ନାମରେ ଏହି ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଆସନ୍ତାକାଲି ଏହାର ଲୋଗୋ ଉନ୍ମୋଚନ ଅନୁଷ୍ଠିତ ହେବ। ଆଗାମୀ ସପ୍ତାହେ ବ୍ୟାପି ସ୍ୱଚ୍ଛତା ନେଇ ପୌରସଂସ୍ଥା ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଜନ ସାଧାରଣ ମାନେ ସଂକଳ୍ପ ନେବାପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।

ଏନେଇ ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ନେତୃ ମଣ୍ଡଳୀ ମାନଙ୍କ ସହ ଗତ ୨୨ ତାରିଖଠାରୁ ବିଭିନ୍ନ ସ୍ତରରେ ଆଲୋଚନା କରାଯାଇଛି। ଏଥିରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିବା ବେଳେ ସହରର ଐତିହ୍ୟ ଦୃଷ୍ଟିକୋଣରୁ ଦେଶର ଏକନମ୍ବର ସ୍ଵଛ ସହର କରିବା ନେଇ ଜିଲ୍ଲା ପ୍ରଶାସନ ସମସ୍ତ ସହର ବାସୀଙ୍କ ସହଯୋଗ ଲୋଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.