Odisha Link
Bridging the Missing Links in Odisha

ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲା: ଚାକିରିରୁ ବହିଷ୍କୃତ ହେଲେ ଦୁଇ ଷ୍ଟେସନ ପରିଚାଳକ

ଭୁବନେଶ୍ୱର: ରେଳ ବିଭାଗ ତରଫରୁ ରାୟଗଡ଼ା ଟ୍ରେନ ଦୁର୍ଘଟଣା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ଦୁଇ ଜଣ ଷ୍ଟେସନ ପରିଚାଳକଙ୍କୁ ବହିଷ୍କୃତ କରାଯାଇଥିବା ବେଳେ ଟେକ୍ନିସିଆନଙ୍କୁ ନିଲମ୍ବିତ କରାଯାଇଛି। ବହିଷ୍କୃତ ହୋଇଥିବା ଦୁଇ ଷ୍ଟେସନ ପରିଚାଳକ ହେଉଛନ୍ତି ସଞ୍ଜୟ ଟୋପୋ ଓ ଏ-କେବିନର ଜେ. ପ୍ରକାଶ। ସେହିପରି ନିଲମ୍ବିତ ଟେକ୍ନିସିଆନ୍ ହେଉଛନ୍ତି ଇଶ୍ୱର ରାଓ। ଏହି ତିନି ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୂର୍ବତଟ ରେଳପଥ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

ଏହା ସହିତ ସିଙ୍ଗାପୁର ରୋଡ ଷ୍ଟେସନ ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୨୦୧୯ ଜୁନ ୨୫ ତାରିଖରେ ସିଙ୍ଗାପୁର ରୋଡ଼ ଓ କେଉଟଗୁଡ଼ା ଷ୍ଟେସନର ମଧ୍ୟବର୍ତ୍ତୀ ସ୍ଥାନରେ ସମଲେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପ୍ରଥମ ଲାଇନ ଚ୍ୟୁତ ହେବା ପରେ ଟ୍ରେନଟି ନିଆଁ ଲାଗି ଯାଇଥିଲା।

ଟ୍ରେନଟି ଜଳିଯିବା ଫଳରେ ୩ ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ହୋଇଥିଲା। ତଦନ୍ତ ପରେ ରେଳ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Comments are closed.