Odisha Link
Bridging the Missing Links in Odisha

ଆସନ୍ତାକାଲି ଠାରୁ ରାଜଧାନୀର ୧୭ଟି ରୁଟରେ ଚାଲିବ ମୋ ବସ୍

 

ଭୁବନେଶ୍ୱର: ଦୀର୍ଘ ସାତ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ମୋ ବସ୍ ସେବାକୁ ବନ୍ଦ ରଖିଥିଲେ। ତେବେ ଅନଲକ୍ ପ୍ରକ୍ରିୟାରେ କାଁ ଭାଁ ବସ୍ ଚାଲୁ ହୋଇଥିଲା।  ଆସନ୍ତାକାଲି ଠାରୁ ଭୁବନେଶ୍ୱରର  ୧୭ଟି ରୁଟରେ ମୋ ବସ୍ ଚାଲିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜଧାନୀ ସହରାଞ୍ଚଳ ଗମନାଗମନ କ୍ଷେତ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ମାଷ୍ଟର କାଣ୍ଟିନ, ବିମାନବନ୍ଦର, ନୂଆ ଖୋର୍ଦ୍ଧା ବସ୍ ଷ୍ଟାଣ୍ଡ, ଏମ୍ସ, କଳିଙ୍ଗ ବିହାର, ପିପିଲି, କୋଣାର୍କ, କଟକର ଓଏମପି, ଜଗତପୁର, ବାରବାଟୀ ଷ୍ଟାଡିୟମ୍, ବିଜୁ ପଟ୍ଟନାୟକ ପାର୍କ, ମଞ୍ଚେଶ୍ୱର, ଘାଟିକିଆ, ବରମୁଣ୍ଡା ଓ ପୁରୀ ରୁଟକୁ ମୋ ବସ୍ ଚଳାଚଳ କରିବ। ସେହିଭଳି ଅନ୍ୟ କିଛି ରୁଟରେ ମଧ୍ୟ ମୋ ବସ୍ ଚଳାଚଳ କରିବ।

Comments are closed.