Odisha Link
Bridging the Missing Links in Odisha

ସଂସ୍କୃତି ନିର୍ଦ୍ଦେଶକ ହେଲେ ରଂଜନ କୁମାର ଦାସ

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସଙ୍କୁ ବିଭାଗକର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କୁମାର ନାୟକ ଶନିବାର ଅବସର ଗ୍ରହଣ କରିଥିବାରୁ ଏହି ପଦରେ ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ଅତିରିକ୍ତ ସଚିବ ଦାସ ଦାୟିତ୍ବ ସମ୍ଭାଳିବେ ସଚିବ ରଞ୍ଜନ କୁମାର ଦାସ। ଏହା ସହିିତ ତାଙ୍କୁ ମଧ୍ୟ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଯାଜପୁରର ଜିଲ୍ଲାପାଳ ଥିବା ଶ୍ରୀ ଦାସ ନିକଟରେ ବଦଳି ହୋଇ ଭୁବନେଶ୍ବର ଆସିଥିଲେ। ସେ ଜଣେ କବି, ଗୀତିକାର ଓ ସ୍ତମ୍ଭ ଲେଖକ ଭାବେ ବେଶ୍ ପରିଚିତ।

Comments are closed.