Odisha Link
Bridging the Missing Links in Odisha

ବାଲିଗୁଡ଼ାରେ ପୁଲିସକୁ ଆକ୍ରମଣ

ବାଲିଗୁଡ଼ା: ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ ଉପରେ ଆକ୍ରମଣ ହୋଇଛି। ଏଥିରେ ଆଇଆଇସିଙ୍କ ସମେତ ବହୁ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମିତି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଅଞ୍ଚଳର। ଗତକାଲି ରାତିରେ ବ୍ରାହ୍ମଣୀଗାଁ ରେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ସହ କିଛି ପୁଲିସ କର୍ମଚାରୀ ଘଟଣାସ୍ଥଳକୁ ଚଢାଉ ପାଇଁ ଯାଇଥିଲେ।

କିଛି ଜୁଆଡି ପୁଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିବାବେଳେ ଆଉ କିଛି ପୁଲିସକୁ ଆକ୍ରମଣ କରିଥିଲେ। ଗତକାଲି ବାଲିଗୁଡ଼ା ପୁଲିସ ବୁଡାଗୁଡା ଜଙ୍ଗଲରେ ଚଢାଉ କରି ୨୯ ଜୁଆଡି ସମେତ ୧୫ ବାଇକ ଓ ୨୮ ହଜାର ଟଙ୍କା ଜବତ କରିଥିଲା।

Comments are closed.