କରୋନା: ଆଜି ରାଜଧାନୀରୁ ୭୪ ଚିହ୍ନଟ, ୨୧୪ ସୁସ୍ଥ

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ଆଉ ୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୧୦ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୬ ଜଣ ରହିଥିବା ବେଳେ ୫୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୨୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ପ୍ରକାଶ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୬୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୭୯୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୬୮ ଜଣଙ୍କର ମୃତ୍ୟୁ ହୋଇଛି।
Comments are closed.