Odisha Link
Bridging the Missing Links in Odisha

ଟିକା ପାଇଁ ନାଁ ଦେଲେଣି ୯୮% ଲୋକ

ଭୁବନେଶ୍ବର: ଟିକା ପାଇଁ ସ୍ବାସ୍ଥ୍ୟ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ଆହ୍ବନ ପ୍ରସଙ୍ଗରେ ଏଯାବତ ୯୮% ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଲେଣି। ଏନେଇ ସୂଚନା ଦେଇଚନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ୩୬୮୩ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସଂସ୍ଥାର ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସଂପର୍କରେ ଡାଟା ଦେଇଛନ୍ତି। ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ଡାଟା ଟାର୍ଗେଟ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ ଲକ୍ଷ ୯୫ ହଜାର ୩୪୯ ଜଣଙ୍କ ଡାଟା ମିଳିଛି। ମୋଟ ଉପରେ ୯୪% ସଂସ‌୍ଥା ଓ ୯୮% ବ୍ୟକ୍ତିଙ୍କ ଡାଟା ମିଳିଛି। ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ଡାଟା ମାଗିଥିଲେ ରାଜ୍ୟ ସରକାର

Comments are closed.