Odisha Link
Bridging the Missing Links in Odisha

IPL ୨୦୨୦: ୧୧ ବର୍ଷ ପରେ ମିଳିତ ଭାବେ ପ୍ଲେ ଅଫ୍‌କୁ କ୍ବାଲିଫାଏ କଲେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟରେ ଚଳିତ ବର୍ଷ ଆଇପିଏଲ ଲିଗ୍। ଆଉ ଗୋଟାଏ ମ୍ୟାଚ ପରେ ଶେଷ ହେବ ଚଳିତ ଆଇପିଏଲର ଲିଗ୍‌ ପର୍ଯ୍ୟାୟ। ଏଥିସହିତ ୩ଟି ଦଳ ପ୍ଲେ ଅଫ‌କୁ ପ୍ରବେଶ କରି ସାରିଲେଣି। ଆଜି ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହ୍ରାଇଦ୍ରବାଦ ମ୍ୟାଚ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଯଦି ଆଜି ସନରାଇଜର୍ସ ହାଇଦ୍ରବାଦ ଟିମ୍‌ ବିଜୟ ଲାଭ କରେ ତେବେ ପ୍ଲେ ଅଫ୍‌ରେ ନିଜ ସ୍ଥାନ ବଜାୟ ରଖିବ। ଯଦି ମ୍ୟାଚ ହାରେ ହାଇଦ୍ରବାଦ ଟିମ୍‌ ତେବେ ପ୍ଲେ ଅଫ୍‌ ଦୌଡ଼ରୁ ବାଦ ପଡ଼ିବ ଓ କୋଲକାତା ନାଇଟ ରାଇଡର୍ସ ଟିମ୍‌ ପ୍ଲେଅଫ୍‌ ରେ ନିଜ ସ୍ଥାନ ପକ୍କା କରିବ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ଅନ୍ୟପଟେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିଛନ୍ତି।

ବିଗତ କିଛି ଆଇପିଏଲ ସିଜିନରେ ଦିଲ୍ଲୀ ଓ ବାଙ୍ଗାଲୋର ଦଳ ନକଆଉଟ୍‌ ପର୍ଯ୍ୟାୟ ପୂର୍ବରୁ ସିରିଜରୁ ବିଦା ନେଇଥାଆନ୍ତି। ହେଲେ ଚଳିତ ସିଜିନରେ ଉଭୟ ଟିମ୍‌ ଭଲ ଖେଳ ପ୍ରଦର୍ଶନ କରି ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏଥିସହିତ ଆଉ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଛି। ୨୦୦୯ ମସିହା ପରେ ପୁଣି ଥରେ ଦୁଇ ଟିମ୍‌ ଏକା ସଙ୍ଗେ ପ୍ଲେ ଅଫରେ ନିଜ ସ୍ଥାନ ପକ୍କା କରିଛନ୍ତି।

ଏଥିସହିତ ଆଉ ଏକ ସଂଯୋଗ ମଧ୍ୟ ଦେଖିବାକୁ ମିଳିଛି। ୨୦୨୦ରେ ବିଦେଶରେ ଆଇପିଏଲ ଖେଳା ଯାଉଛି। ଆଉ ଏହି ଦୁଇ ଟିମ୍‌ ପ୍ଲେ ଅଫକୁ କ୍ବାଲିଫାୟ କରିଛନ୍ତି। ସେହିପରି ୨୦୦୯ ମସିହାରେ ମଧ୍ୟ ଆଇପିଏଲ ଲିଗ୍‌ ବିଦେଶ ମାଟିରେ ଖେଳା ଯାଇଥିଲା।

Comments are closed.