Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୫୨୦ ଆକ୍ରାନ୍ତ

ଭୁବନେଶ୍ଵର: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୨୦୦୦ରୁ କମ୍ ରହୁଛି। ଏଥିସହ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୨୦୭୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୮୫ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୩, କଟକରୁ ୧୦୨, ଜଗତସିଂହପୁରରୁ ୯୪, ଅନୁଗୋଳରୁ ୮୯, ନୂଆପଡାରୁ ୭୦, ଝାରସୁଗୁଡାରୁ ୬୮, ସୁନ୍ଦରଗଡରୁ ୬୫, ବଲାଙ୍ଗୀରରୁ ୬୩, କେନ୍ଦ୍ରାପଡାରୁ ୫୩ ଓ ବାଲେଶ୍ୱରରୁ ୫୦ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଯାଜପୁରରୁ ୪୮, ବରଗଡରୁ ୪୬, ପୁରୀରୁ ୪୫, ଗଞ୍ଜାମରୁ ୩୬, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୭, ଭଦ୍ରକରୁ ୨୬, ଢେଙ୍କାନାଳରୁ ୨୫, ସୋନପୁରରୁ ୨୫, କଳାହାଣ୍ଡିରୁ ୨୪, କୋରାପୁଟରୁ ୨୪, ବୌଦ୍ଧରୁ ୧୭, ନବରଙ୍ଗପୁରରୁ ୧୬, ନୟାଗଡରୁ ୧୬, ଦେବଗଡରୁ ୧୧, ରାୟଗଡାରୁ ୧୦ ଓ କନ୍ଧମାଳରୁ ୮ଜଣ, ମାଲକାନଗିରିରୁ ୮ ଜଣ ଓ ଗଜପତିରୁ ୫ଜଣ ସୁସ୍ଥ ହୋଇଛନ୍ତି।

Comments are closed.