Odisha Link
Bridging the Missing Links in Odisha

ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ପାଦ ଥାପିଲାଣି। ରାଜ୍ୟରେ ତାପମାତ୍ରା କିମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ପୂର୍ବାନୁମାନ କରିଛନ୍ତି। ଗୁରୁବାର ରାତିରୁ କ୍ରମାଗତ ଭାବେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ। ୩-୪ ଦିନ ଭିତରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ପ୍ରାୟ ୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇପାରେ ପେଲି ପୂର୍ବାନୁମାନ କରାଯାଉଛି।

ପାଣିପାଗ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବିଶ୍ୱାସଙ୍କ କହିଛନ୍ତି ଯେ, ଆସନ୍ତା ଦୁଇଦିନ ଭିତରେ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ସମ୍ଭାବନା ଅଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଗୁରୁବାର ରାତିରୁ କ୍ରମଶଃ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ସ୍ୱାଭାବିକ ଠାରୁ ବି ତାପମାତ୍ରା କମିଯିବ, ଫଳରେ ଶୀତ ବଢ଼ିବ। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅଧିକ ରହିପାରେ।

ସୋମବାର ରାତିରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଅନୁଗୁଳ ୧୬, ସୋନପୁର ୧୬.୪, ଦାରିଙ୍ଗିବାଡ଼ି ୧୬.୫, ଫୁଲବାଣୀ ୧୭, ଝାରସୁଗୁଡ଼ା ୧୮.୬, କେନ୍ଦୁଝର ୧୮.୮, ତାଳଚେର ୧୯, ବାରିପଦା ୧୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି।

Comments are closed.