Odisha Link
Bridging the Missing Links in Odisha

ଆତ୍ମହତ୍ୟାର ଖଳନାୟକ! ଅର୍ଣବ ଗୋସ୍ବାମୀଙ୍କ ସମେତ ୪ ଜଣ ଗିରଫ

ମୁମ୍ବାଇ: ୨୦୧୮ ମସିହାର ଏକ ଆତ୍ମହତ୍ୟା ପଚରେ ହାତ ଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣବ ଗୋସ୍ବାମୀଙ୍କୁ ଆଜି ପୁଲିସ ଗିରଫ କରିଛି। ତେବେ ସମାନ ମାମଲାରେ ମୁମ୍ବାଇ ପୁଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀ ଅଛନ୍ତି। ଫଳରେ ଅର୍ଣବଙ୍କୁ ମିଶାଇ ଏ ଘଟଣାରେ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

୨୦୧୮ ମସିହାରେ ମୁମ୍ବାଇର ଇଣ୍ଟେରିଅର୍‌ ଡିଜାଇନର୍‌ ଅନ୍ବୟ ନାଏକ ଓ ତାଙ୍କର ମା’ ଆତ୍ମହତ୍ୟା କରିଥିଲେ। ନିଜର ସୁଇସାଇଡ୍‌ ନୋଟ୍‌ରେ ଅନ୍ବୟ ୩ ଜଣଙ୍କୁ ଦାୟୀ କରିଥିଲେ। ଭିନ୍ନ ଭିନ୍ନ କାମ ପାଇଁ ଅର୍ଣବ ଗୋସ୍ବାମୀ, ଫିରୋଜ୍‌ ଶେଖ୍‌ ଓ ନୀତେଶ ଶାରଦା ତାଙ୍କର ୫ କୋଟି ୪୦ ଲକ୍ଷ ଟଙ୍କା ବାକି ରଖିଛନ୍ତି ଓ ଦେଉନାହାନ୍ତି ବୋଲି ଅନ୍ବୟ ଲେଖିଥିଲେ।

ଆଜି ସକାଳୁ ପୁଲିସ ଅର୍ଣବଙ୍କୁ ତାଙ୍କ ଘରୁ ଗିରଫ କରିଛି। ଘଟଣାର କୌଣସି ପ୍ରମାଣ ନଥିବା ଦର୍ଶାଇ ମାମଲାକୁ ୨୦୧୮ରେ ବନ୍ଦ କରିଦେଇଥିବା ତଦନ୍ତକାରୀ ଅଧିକାରୀଙ୍କୁ ଆଜି ମୁମ୍ବାଇ ପୁଲିସ ଗିରଫ କରିଛି। ସେହିପରି ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ୍‌ ଓ ନୀତେଶଙ୍କୁ ମଧ୍ୟ ଗିରଫ କରାଯାଇଛି। ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଥିବାରୁ ମୁମ୍ବାଇ ପୁଲିସକୁ ଧନ୍ୟବାଦ ଦେଇଛନ୍ତି ମୃତ ଅନ୍ବୟଙ୍କ ପତ୍ନୀ ଓ କନ୍ୟା।

ଅନ୍ୟପଟେ ସକାଳେ ପୁଲିସ ଅର୍ଣବଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ପ୍ରତିରୋଧ କରିବା ଅଭିଯୋଗରେ ଅର୍ଣବଙ୍କ ପତ୍ନୀ ଓ ଅନ୍ୟ ଦୁଇଜଣଙ୍କ ନାମରେ ସଦ୍ୟ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ।

Comments are closed.