Odisha Link
Bridging the Missing Links in Odisha

ଜାମିନ ନାମଞ୍ଜୁର, ୧୪ ଦିନ ପାଇଁ ଜେଲ ଗଲେ ଅର୍ଣବ

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ୍‌ ଟିଭିର ମୁ‌ଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ। ଆଜି ଦୀର୍ଘ ସମୟର ଶୁଣାଣି ପରେ ମୁମ୍ବାଇର ଆଲିବାଗ ଜିଲ୍ଲା କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ରାୟ ଶୁଣାଇଥିଲେ। ଫଳରେ ୧୪ ଦିନ ପାଇଁ ଜେଲ ଗଲେ ଅର୍ଣବ।

ଅପରପକ୍ଷେ ଆସନ୍ତାକାଲି ଏହା ଉପରେ ହାଇକୋର୍ଟରେ ଶୁଣାଣି ରହିଛି ବୋଲି ଅର୍ଣ୍ଣବଙ୍କ ଓକିଲ ଗୌରବ ପାରକେର ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ଅର୍ଣ୍ଣବଙ୍କ ସହିତ ଫିରୋଜ ଶେଖ୍‌ ଓ ନିତେଶ ଶାରଦାଙ୍କୁ ମଧ୍ୟ ୧୪ ଦିନ ଜେଲ ପଠାଇଲେ କୋର୍ଟ।

Comments are closed.