Odisha Link
Bridging the Missing Links in Odisha

ମଦ ବୋତଲରୁ ମିଳିଲା ଅସରପା

ବାସୁଦେବପୁର: ସିଲ ମଦ ବୋତଲ ଭିତରୁ ମିଳିଲା ଅସରପା। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଚୁଡାମଣୀ ଜେଠି ନିକଟରେ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ସୂଚନା ମୁତାବକ, ଚୁଡାମଣୀ ଗ୍ରାମର ଭରତ ମଳିକ ନାମକ ଯୁବକ ଉକ୍ତ ମଦ ଦୋକାନରୁ ଆଇବି ବ୍ରାଣ୍ଡର ଦୁଇଟି କ୍ବାଟ୍ ମଦ ବୋତଲ ନେଇଥିଲେ। ମାତ୍ର ଉକ୍ତ ମଦ ବୋତଲ ଭିତରେ ମରିଯାଇଥବା ଏକ ଅସରପା ପୋକ ଭାସୁଥବା ଦେଖିବାକୁ ମିଳଥିଲା। ଭରତ ଏହାକୁ ନେଇ ମଦ ଦୋକାନିକୁ ମଦ ଦେଖାଇଥଲେ। ଏହି ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ଉକ୍ତ ମଦ ଦୋକାନ ବନ୍ଦ କରିବାକୁ ଦାବି କରି ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ଖବରପାଇ ଚୁଡାମଣୀ ଥାନା ଅଧିକାରୀ ଏମଡି ହାପିଜ୍ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଅବକାରୀ ବିଭାଗକୁ ଖବର କରିଥଲେ। ସ୍ଥାନୀୟ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଓ ଅବକାରୀ ବିଭାଗ ସୁପରିଟେଣ୍ଡ ଗୌତମ ସାହୁ ଘଟଣାସ୍ଥଳରେ ପହଁଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ପୋକ ବାହାରିଥିବା ମଦ ବୋତଲକୁ ଜବଦ କରିଛନ୍ତି। ଉକ୍ତ ମଦକୁ ଫରେନ୍‌ସିକ୍‌ ଟେଷ୍ଟ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି।

Comments are closed.