Odisha Link
Bridging the Missing Links in Odisha

ଅର୍ଣବ ଗୋସ୍ବାମୀଙ୍କ ଗିରଫକୁ ଏଡିଟର୍ସ ଗିଲ୍ଡର ନିନ୍ଦା

ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସଂପାଦକ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସକାଳେ ମୁ୍ବାଇ ପୁଲିସ ଗିରଫ କରିଛି। ତେବେ ତାଙ୍କୁ ଏଭଳି ହଠାତ୍‌ ଗିରଫ କରାଯିବାକୁ ନିନ୍ଦା କରିଛି ଭାରତ ସଂପାଦକ ସମାଜ (Editor’s Guild of India)। ଏଭଳି ଗିରଫ କରାଯିବା ଦୁଃଖଦାୟକ ବୋଲି ଗିଲ୍‌ଡ କହିଛି।

ଗିଲ୍ଡ ପକ୍ଷରୁ ସଭାନେତ୍ରୀ ସୀମା ମୁସ୍ତଫା, ସାଧାରଣ ସମ୍ପାଦକ ସଂଜୟ କପୁର ଓ କୋଷାଧ୍ୟକ୍ଷ ଅନନ୍ତ ନାଥ ଏହି ନିନ୍ଦା ବିବୃତି ଦେଇଛନ୍ତି। ଅର୍ଣବଙ୍କୁ ଉଚିତ ବ୍ୟବହାର ଦେଖାଇବା ଜଟିଳ ସାମ୍ବାଦିକତା ବିରୋଧରେ କ୍ଷମତାର ବ୍ୟବହାର ନ କରିବା ଲାଗି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି ଗିଲ୍ଡ।

Comments are closed.