Odisha Link
Bridging the Missing Links in Odisha

୩୨ ବର୍ଷରେ ପାଦ ଥାପିଲେ ବିରାଟ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍‌ କୋହଲିଙ୍କର ଆଜି ଜନ୍ମ ଦିନ। ସେ ୩୨ ବର୍ଷରେ ପାଦ ଥାପିଛନ୍ତି। ନଭେମ୍ବର ୫, ୧୯୮୮ରେ ଦିଲ୍ଲୀ ର ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ।

ତାଙ୍କ ବାପା ପ୍ରେମ କୋହଲି ହେଉଛନ୍ତି ଜଣେ କ୍ରିମିନାଲ ଲୟର ଓ ମାଙ୍କ ନାଁ ସରୋଜ କୋହଲି । କୋହଲି ଦୁନିଆ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ଅନେକ ଲୋକ ତାଙ୍କୁ କିଙ୍ଗ୍ କୋହଲି ଓ ରନ୍ ମେଶିନ୍ କୋହଲି ନାମରେ ସମ୍ବୋଧିତ କରନ୍ତି।

ବିରଟଙ୍କର ଛୋଟ ବେଳୁ କ୍ରିକେଟ ପ୍ରତି ରୁଚି ଥିଲା । ବିରାଟ ୧୯୯୮ ମସିହାରେ ସ୍କୁଲରେ ପାଠ ପଢୁଥିବା ବେଳେ ୱେଷ୍ଟ ଦିଲ୍ଲୀ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ ।

୨୦୦୨ ମସିହାରେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଖେଳିଥିଲେ । ପରେ ୨୦୦୬ରେ ବିରାଟ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ହୋଇଥିଲେ । ୨୦୦୮ରେ ୧୯ ବର୍ଷରୁ କମ ବିଶ୍ୱକପ ବିଜେତା ହୋଇଥିଲା ଭାରତ ।

ଏହି ଟିମର ଅଧିନାୟକ ଥିଲେ ବିରାଟ କୋହଲି । ପରେ ସେହି ବର୍ଷ ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ।

୨୦୦୮ରୁ ଆଜି ପର୍ଯ୍ୟନ୍ତ ବିରାଟ ଅନେକ ସଫଳତା ହାସଲ କରିଛନ୍ତି । ତାଙ୍କ ନାଁରେ ଅନେକ ରେକର୍ଡ ସାମିଲ ହୋଇଥିବା ବେଳେ ବଡ ବଡ କ୍ରିକେଟରଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିଛନ୍ତି ।

ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ । ଅନ୍ତର୍ଜାତୀୟ ୱାନଡେ କ୍ରିକେଟରେ ଦ୍ରୁତତମ ୮ ହଜାର, ୯ ହଜାର , ୧୦ ହଜାର ଓ ୧୧ ହଜାର ରନ ପୂରଣ କରିବାରେ

Comments are closed.