Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ଟ୍ରକ୍। ଏମିତି ଘଟଣା ଦେଖିବାକୁ ମିଳିଛିମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଅନ୍ଧାରୀ ରାସ୍ତାରେ। ଫଳରେ ୨ଜଣ ମୃତ୍ୟୁବରଣ କରିଛନ୍ତି।

ପ୍ରକାଶ ଯେ, ମୋରଡା ଅନ୍ଧାରୀ ରାସ୍ତାରେ ଏକ ଟ୍ରକ୍ ଆସୁଥିଲା। ତେବେ ଏହା ବାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଛନ୍ତି।

ଏହାସହ ତିନି ଜଣ ଗୁରୁତର ହୋଇଛନ୍ତି। ଦୁଇ ମୃତ ହେଲେ ମୋରଡାର ଛେଲା ମହାକୁଡ ଓ ଧାନଶୁଳାର କାଳିଆ ମହାନ୍ତ ।ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.