Odisha Link
Bridging the Missing Links in Odisha

ବିଜେଡିରେ କିଏ ରାବଣ?

ବାଲେଶ୍ବର: ବିଜେଡିରେ ରାବଣ କିଏ? ବୋଲି ପ୍ରଶ୍ନ କରିଛନ୍ତି ନିଲମ୍ବିତ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ସତ୍ୟ ପାଇଁ ରାବଣକୁ ବିରୋଧ କରି ରାମଙ୍କ ଶରଣାପନ୍ନ ହୋଇଥିଲେ ବିଭୀଷଣ। ମୁଁ ତ ବିଭୀଷଣ ହୋଇପାରିଲି ନାହିଁ। କାରଣ ମୋ ପ୍ରତି ଯେଉଁ ଅନ୍ୟାୟ ହେଲା ମୁଁ ତାର ପ୍ରତିବାଦ କରିପାରିଲି ନାହିଁ। ଏହା ପରେ ଯିଦି ମୋତେ ଦଳରେ ବିଭୀଷଣ ଆଖ୍ୟା ତେବେ, ବିଜେଡିରେ ରାବଣ କିଏ? ବୋଲି ପ୍ରଶ୍ନ କରିଛନ୍ତି ନିଲମ୍ବିତ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ଜୀବନପ୍ରଦୀପ କହଛନ୍ତି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ସମ୍ମାନ କରେ ଏବଂ ତାଙ୍କ ନିଷ୍ପତ୍ତିକୁ ସ୍ବୀକାର କରିଛି।

ଚଳିତ ଉପନିର୍ବାଚନରେ ଜୀବନପ୍ରଦୀପ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗତକାଲି ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହା ପ‌େର ସେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ କୌଣସି ଦଳବିରୋଧୀ କାମ କରିନାହିଁ। ୨୦୦୯ରେ ବିଜେଡିକୁ ଆସିବା ପରେ କେବଳ ଦଳର ହିତ ପାଇଁ କାମ କରିଛି। ମୋ ନେତୃତ୍ବରେ ଉଭୟ ବାଲେଶ୍ବର ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ସଦର ବ୍ଲକର ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆରକୁ ଆସିଛି। ଏଥିସହ ଚଳିତ ଉପନିର୍ବାଚନରେ ମୁଁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରଖିଥିିଲି ସତ, କିନ୍ତୁ ଦଳ ଯେତେବେଳେ ମୋତେ ଟିକେଟ ନଦେଲା ସେଥିରେ ମୁଁ ବିରୋଧ କରିନଥିଲି କି ବିଚଳିତ ହୋଇନଥିଲି। ବରଂ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ଦଳ ମୋତେ ଯେଉଁ ଦାୟିତ୍ବ ଦେଇଥିଲା ତାହା ମୁଁ ଶୃଙ୍ଖଳାର ସହ ତୁଲାଇଥିଲି।

ଉପନିର୍ବାଚନରେ ସଂଗଠନ କରିବା, ବୈଠକ, ରାଲି, ସମାବେଶରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଦି ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ତୁଲାଇ ଥିଲି। ୟା’ ପରେ ବି ଯଦି କୁହାଯାଉଛି, ଦଳ ବିରୋଧୀ କାର୍ଯ୍ୟ କରିଛି, ମୋର ସେଥିରେ କିଛି କହିବାର ନାହିଁ, ମୁଁ ଦଳବିରୋଧୀ କାମ ଆଦୌ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଯିଏ ମୋ ବାବଦରେ ରିପୋର୍ଟ ଦେଇଥିବେ ତାଙ୍କର ଏଥିରେ କିଛି ଅଭିସନ୍ଧି ରହିଛି।’

Comments are closed.