Odisha Link
Bridging the Missing Links in Odisha

୮ ଟ୍ରକ୍ ବାଣ ଜବତ, ୩ ଗିରଫ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ନଳବଣ୍ଟା ଗାଁରୁ ପୋଲିସ ୮ ଟ୍ରକ୍ ବାଣ ଜବତ କରିଛି। ଟ୍ରକ୍ ଟ୍ରକ୍ ବାଣ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। କଟକଣା ସତ୍ତ୍ୱେ ଏମାନେ ବାଣ ତିଆରି କରି ବିକ୍ରି କରୁଥିଲେ। ଏନେଇ ସୂଚନା ପାଇବା ପରେ ପୋଲିସ ଚଢ଼ାଉ କରି ୮ ଟ୍ରକ୍ ବାଣ ଜବତ କରିଛି। ବର୍ଷ ତମାମ୍ ଆସିକା ଥାନା ନଳବଣ୍ଟା ଗାଁରେ ବାଣ ତିଆରି ହୋଇଥାଏ। ଆଗକୁ ଦୀପାବଳି ଥିବାରୁ ପ୍ରତିବର୍ଷ ଭଳି ବି ଗାଁରେ ବାଣ ତିଆରି ସହ ବିକ୍ରି ହେଉଥିଲା।

ତେବେ, ଦୀପାବଳିରେ ବାଣ ଯୋଗୁଁ ପ୍ରଦୂଷଣ ବଢ଼ିବା ସହ ମହାମାରୀ କରୋନାର ପ୍ରଭାବ ବଢ଼ିବା ଆଶଙ୍କାରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କଟକଣା ସତ୍ତ୍ୱେ ବାଣ ବିକ୍ରି ବେଳେ ଆସିକା ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିବା ୮ ଟ୍ରକ୍ ବାଣ ଜବତ କରିଛି। ଆସିକା ଥାନା ପକ୍ଷରୁ ପ୍ରାୟ ୨ ପ୍ଲାଟୁନ୍ ଫୋର୍ସ ନଳବଣ୍ଟା ଗାଁରେ ଚଢ଼ାଉ କରିଥିଲା। ୭୦ ଲକ୍ଷ ଟଙ୍କାର ୮ ଟ୍ରକ୍ ବାଣ ଜବତ କରାଯାଇଛି। ଏଥିସହ ବାଣ ତିଆରିରେ ବ୍ୟବହୃତ ବାରୁଦ ଓ ଅନ୍ୟ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି।

Comments are closed.