Odisha Link
Bridging the Missing Links in Odisha

ମଶା ଧୂପରୁ ନିଆଁ ଲାଗି ୩ ଯବାନ ଗୁରୁତର

ଭଦ୍ରକ: ଭଦ୍ରକରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି। ନିଆଁରେ ପୋଡି ହୋଇ ଓ ଏସ ଏ ପିର ୩ ଯବାନ ଗୁରୁତର ହୋଇଛନ୍ତି। ୩ ଯବାନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୩ ଓ ଏସ ଏ ପି ଯବାନ ବାରିପଦା ୫ମ ବାଟାଲିୟନର ବୋଲି ସୂଚନା ମିଳିଛି।

ସୂଚନାଅନୁସାରେ, ଯବାନ ମାନେ ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ମଶା ଧୂପରୁ ନିଆଁ ଲାଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

Comments are closed.