Odisha Link
Bridging the Missing Links in Odisha

ପାଣିରେ ବୁଡ଼ିରେ ମହିଳା ମୃତ

ଝରିଗାଁ: ପାଣିରେ ବୁଡ଼ିରେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାଟି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବେଲଗାଁ ପଞ୍ଚାୟତ ଅନ୍ତର୍ଗତ ତେଲଗାଁ ଗ୍ରାମରେ ଘଟିଛି। ମୃତକ ଜଣକ ସନପଥ ଗଣ୍ଡଙ୍କ ସ୍ତ୍ରୀ କମଳା ଗଣ୍ଡ। ତାଙ୍କ ବୟସ ୩୫ବର୍ଷ।

ସୂଚନା ଅନୁସାରେ, ଆଜି ସକାଳ ସାତଟା ବେଳେ ଗାଁ ପୋଖରୀକୁ କମଳା ଗାଧୋଇବାକୁ ଯାଇଥିଲେ। ନିଜ ଅସାବଧାନତା କାରଣ ସେ ପୋଖରୀରେ ବୁଡ଼ି ଯାଇଥିଲେ। କିଛି ସମୟ ପରେ ମଧ୍ୟ କମଳା ପାଣିରୁ ନ ବାହାରିବାରୁ ପୋଖରୀରେ ଗାଧୋଉଥିବା ଅନ୍ୟ ଲୋକମାନେ କମଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।

ତେବେ କମଳାଙ୍କୁ ପୋଖରୀରୁ ବାହାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାର ତରଫରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି।

Comments are closed.