Odisha Link
Bridging the Missing Links in Odisha

ଲାଞ୍ଚ ନେଇଥିବା ଅଭିଯୋଗରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ: ପୁଣି ଥରେ ସହକାରୀ ଯନ୍ତ୍ରୀ ଭିଜିଲାନ୍‌ସ ଜାସରେ ପଡ଼ିଛନ୍ତି। ସେ ଜଣେ ଠିକାଦାରଙ୍କ ଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜରିଆରେ ୧୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଧରିଛି।

ସୂଚନାଅନୁସାରେ, ଠିକାଦାର ଜଣକ ହେଲେ ଜଗମୋହନ ପଣ୍ଡା। ତାଙ୍କ ଘର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳ। ପ୍ରତି ବ୍ଲକ୍‌ରେ ଯେଉଁ ଏଲ୍‌ଇଡି ଲାଇଟ୍‌ ଖଞ୍ଜା ଯାଉଛି ଏହି ଠିକାଦାର ଢେଙ୍କାନାଳ ଜିଲ୍ଲାର ୬ଟା ବ୍ଲକ୍‌ର କାମ ନେଇଛି। ବିଲ୍‌ ପାସ୍‌ କରାଇବା ପାଇଁ ତାଙ୍କୁ ଯନ୍ତ୍ରୀ କୁଆଡ଼େ ୩୨ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ବୋଲି ଠିକାଦାର ଭିଜିଲାନ୍‌ସରେ ଅଭିଯୋଗ କରିଥିଲେ।

୩୨ହଜାର ଟଙ୍କାରୁ ଠିକାଦାର ୧୬ହଜାର ଟଙ୍କା ଦେଉଥିବା ବେଳେ ଯନ୍ତ୍ରୀ ସିଧାସଳଖ ଟଙ୍କା ନ ଦେଇ ପାଖରେ ଥିବା ଗୋବିନ୍ଦପୁର ଅଞ୍ଚଳର ଶକ୍ତିପ୍ରସାଦ ମହାନ୍ତିଙ୍କୁ ଦେବାକୁ କହିଥିଲେ। ଏହି ସମୟରେ ଭିଜିଲାନ୍‌ସ ଧରପଗଡ଼ ହୋଇଥିଲା ।

Comments are closed.