Odisha Link
Bridging the Missing Links in Odisha

ଜୟଦେବ ବାଟିକାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାର ୫୩ ନମ୍ବର ପିଣ୍ଡି ନିକଟରେ ଥିବା ଏକ ଥୁଣ୍ଟା ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିକଟରେ ସାଇକେଲ ଚାବି ସହ ୧୦ ଟଙ୍କିଆ ନୋଟ୍ ପଡିଥିବା ଦେଖିବାକୁ ମିଳିଛି। ହେଲେ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ। ତେବେ ତାଙ୍କୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କ ମୃତଦେହକୁ ଏକ ଥୁଣ୍ଟା ଗଛରେ ଝୁଲାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।

ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍ ଟିମ୍ ମଧ୍ୟ ପହଞ୍ଚି ଛାନଭିନ୍ ଜାରି ରଖିଛି। ଯୁବତୀ ଜଣଙ୍କ ସାଲଓ୍ବାର ପିନ୍ଧିଥିବା ବେଳେ ବେକରେ ତାଙ୍କର ଚେନ୍ ଓ ପାଦରେ ପାଉଁଜି ପିନ୍ଧିଥିବା ଦେଖିବାକୁ ମିଳିଛି। ଯୁବତୀଙ୍କ ପରିଚୟ ମିଳିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ପ୍ରକାଶ ଯେ, ଏହା ପୂର୍ବରୁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ପ୍ରେମିକା ଆଗରେ ଆତ୍ମହତ୍ୟା କରିଥିଲା ପ୍ରେମିକ। ସେ ପୁଣି ପ୍ରେମିକାର ଓଢଣା ଦେଇ। ପ୍ରେମ ବ୍ୟାପାରକୁ ନେଇ ପ୍ରେମିକ ଜଣକ ଆତ୍ମହତ୍ୟା କରିଛି ବୋଲି ଜଣାପଡ଼ିଛି।

ଦୁହିଁଙ୍କ ମଧ୍ୟରେ ସେଠାରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଫଳରେ ଶଶିକାନ୍ତ ପ୍ରେମିକା ଠାରୁ ଓଢଣା ନେଇ ଆତ୍ମହତ୍ୟା କରିଥିଲା। ସନ୍ଧ୍ୟାରେ ପାର୍କ ବନ୍ଦ ହୋଇ ଯାଇଥିବା ବେଳେ ସମସ୍ତେ ବାହାରକୁ ଆସିଥିଲେ। ପରେ ପାର୍କର ଜଣେ କର୍ମଚାରୀ ଯୁବକଙ୍କ ମୃତ ଦେହ ଦେଖି ପୋଲିସକୁ ଖବର ଦେବା ପରେ ଏହା ଲୋକଲୋଚନକୁ ଆସିଥିଲା।

Comments are closed.