ରାସ୍ତା କଡ଼ରେ ପ୍ରସବ କଲେ ମହିଳା

କେନ୍ଦ୍ରପଡ଼ା: କେନ୍ଦ୍ରାପଡ଼ା ମେଡିକାଲରୁ ଫେରି ରାସ୍ତା କଡ଼ରେ ପ୍ରସବ କଲେ ମହିଳା। ଏମିତି ଏକ ଘଟଣା ଘଟିଛି ଡେରାବିଶ ନେଡୁଆ ଗାଁରେ। ସୂଚନାଯୋଗ୍ୟ ଯେ, ଜଣେ ପ୍ରସୂତି କେନ୍ଦ୍ରାପଡ଼ା ମେଡ଼ିକାଲ ଯାଇଥିଲେ।
ପ୍ରସବ ସମୟ ହୋଇନଥିବା କହି ଡ଼ାକ୍ତର ଘରକୁ ଫେରାଇ ଦେଇଥିଲେ। ସ୍ବାମୀ ଓ ଆଶା କର୍ମୀଙ୍କ ସହ ବାଇକରେ ଫେରୁଥିଲେ ପ୍ରସୂତି ମହିଳା। ବାଟରେ ତିଳୋତ୍ତମା ପୁର ନିକଟରେ ପ୍ରସବ ଯନ୍ତ୍ରଣା ବଢ଼ିଯାଇଥିଲା।
କିଛି ସୁବିଧା ନଥିବାରୁ ରାସ୍ତା କଡ଼ରେ ମହିଳା ଜଣଙ୍କ ପ୍ରସବ କରିଥିଲେ। ଏନେଇ ଗୁରୁତର ଅବସ୍ଥାରେ ମହିଳାଙ୍କୁ ରାସ୍ତାକଡ଼ରୁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି।
Comments are closed.